ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ... ✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ... ✍➡ଦୟାକରି MS.Ward Format ରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖା ଓ ପାଠକ/ପାଠିକାଙ୍କ ଦ୍ବାରା ଅଧିକ ସେୟାର କମେଣ୍ଟ ଆସିଥିବା ଲେଖା/ଭିଡ଼ିଓ ପାଇଁ ପାରଶ୍ରମିକ ଦେବାର ବ୍ୟବସ୍ତା ମଧ୍ୟ ଅଛି... ସମ୍ପର୍କ➡aapkekalamse@gmail.com

Tuesday, May 19, 2020

କୋରୋନା ଓ ଲକଡ଼ାଉନର ଦୋଛକିରେ...

କୋରୋନା ଓ ଲକଡାଉନର ଦୋ ଛକିରେ
ଜୀବନ ଜୀବିକାର ଭଡ଼ା ଦୋକାନରେ
ଉଜୁଡ଼ି ଗଲା ସଂସାର ଭାଙ୍ଗିଗଲା ବ୍ୟାପାର,
ସହରରୁ ଘରକୁ ହେଲା ଦୋକାନ ଟ୍ରାନ୍ସଫର
୨ମାସରେ ଦୁଇଅଣା ହୋଇନାହିଁ ରୋଜଗାର  ।୧।

LockDown ଭିତରେ LuckDown ବି ହୋଇଗଲା
ସବୁ ସ୍ବପ୍ନ ଯେମିତି ହାତ ପାହାନ୍ତାରୁ ଦୁରେଇ ଗଲା ।
ଏ ଅଶୁଭ ସଙ୍କେତ ନୁହେଁ ପ୍ରାକୃତିକ ମଣିଷର ଭାଷାରେ
ଏ ଲଢେଇ ଯେମିତି ଆଧୁନିକ ଓ ଆଧ୍ୟାତ୍ମିକ ଭିତରେ
କେମିତି ବଞ୍ଚିବି ମୁଁ ରହି ସରକାରଙ୍କ ଛତ୍ର ଛାୟାରେ ।୨।

ଦାନ ପୂଣ୍ୟ ତୋ ସଭିଏଁ କ୍ୟାମେରା ସାମ୍ନାରେ କରନ୍ତି
କିନ୍ତୁ ଗରିବଟି ମରିଯାଏଁ ଖଟି ଖଟି ଅନ୍ୟ ପାଇଁ
ସଂସାରର ମୋହ ମାୟା ମାଲିକ ଚାକର ବୁଝିଛି ଯେମିତି 
ହକର ଲଢେଇ କରୁ କରୁ ନକଲି ଗାନ୍ଧୀ କେବେ ହୋଇଯାଏ କୋଟିପତି
କିନ୍ତୁ ଗରିବ ରହିଛି ରହିଥିବ ଥିଲା ସ୍ୱାଧୀନତାର ବର୍ଷରେ ଯେଉଁଠି ।୩।

ସରକାରଙ୍କ ପଞ୍ଜିକରଣ, ଓଭର ସ୍ମାର୍ଟ କାର୍ଯ୍ୟକଳାପ
ପ୍ରବାସୀଙ୍କ ପାଇଁ ରହିଛି କେବଳ ଡାଟା ବେସରେ ସୀମିତ
ଭିଟା ମାଟିକୁ ଆସୁଛି ପୁଅ,ବୋହୂ, ନାତି ଓ ନାତୁଣୀ ଓଡ଼ିଶାର
 ଅଧା ଟ୍ରକରେ ତୋ ଅଧା ଚାଲି ନିଜ ଖର୍ଚ୍ଚରେ ଜୀବନ ଆଶାରେ ।୪।

ମୁଁ ତୋ ଖଟିଖିଆ ମଜୁରିଆ ଚଳିଯିବି ଜେନେତେନେ ଘରେ ପଖାଳ ଖାଇ
କଣ କରିବେ ବାବୁ ବାବୁଆଣି ସହରକୁ ଯେଉଁମାନେ ଥିଲେ ଭଲପାଇ
କୋରାନା କି ଶିକ୍ଷା ଦେଉଛି କେଜାଣି ମଣିଷକୁ କେଉଁ ରାଗ ନେଇ
ମଣିଷ ତୋ ସବୁଠୁ ବୁଦ୍ଧିଆ ପୁଣି ଆଜି ଲୁଚି ବସିଛି କାହିଁ ପାଇଁ..? ।୫।

ଭଲ ହେଲା କେନ୍ଦ୍ରରେ ମୋଦି ବାବା ଥିଲା
ନହେଲେ ଏ ଦେଶ ଆଜି ଇଟାଲୀ ଭଳି ଭୋଗିଥାନ୍ତା
ଏ ରାଜନୀତି ନୁହେଁ ବନ୍ଧୁ ଗାଉଁଲି ପୁଅର ମନର କଥା
ବୁଝିପାରୁନାହିଁ ବିଶ୍ୱ,ଆମେରିକା ଚାଇନା ଯେଉଁ କଥା ।୬।
ମାନୁଛି ମୋର ରୋଜଗାରର ପନ୍ଥା ଆଜି ହଜିଯିବ
ଏ ଜୀବନ ଥିଲେ ପୁଣି ଜୀବିକା ଆପେ ମିଳିଯିବ
ପ୍ରତିଦିନ ନହେଲେ ବି ପାଞ୍ଚ ଦିନରେ ପାଞ୍ଚ ପଇସା ମିଳିବ
କୋରୋନା ଯିବ ପୁଣି ଥରେ ଆମ୍ଭ ଜୀବନରେ ସୁଖ ଶାନ୍ତି ଫେରି ଆସିବ ।୭।

-ସାହାଣୀ ସଞ୍ଜୟ କୁମାର ଧଉଳି
ଟିମ ଏଡ଼ମିନ-ସାହାଣୀ ଏକ୍ସପ୍ରେସ
ଦୂରଭାଷ: ୯୦୩୬୦ ୫୫୧୦୫
info@sahaniexpress.com
https://sahaniexpress.com

No comments:

Post a Comment

ଧନ୍ୟବାଦ!

ପଢନ୍ତୁ ଆଉ ସଭିଙ୍କୁ ପଢାନ୍ତୁ...
...ଆଉ ଥରେ ଭିଜିଟ୍ କରନ୍ତୁ ||
-ସାହାଣୀ ସଂଜୟ କୁମାର ଧଉଳି