ପ୍ରାର୍ଥନା: ଆହେ ଦୟାମୟ ବିଶ୍ଵବିହାରୀ
ରଚୟୀତା: ରାମକୃଷ୍ଣ ନନ୍ଦ
………………………………………..………
ଆହେ ଦୟାମୟ ବିଶ୍ଵବିହାରୀ ତୁମ ଚରଣ ରେ ମୋର ଭକତି
ଘେନ ଦୟାବହି ମୋର ଗୁହାରି(୧) ଦିଅ ବିପଦେ ସାହସ ଶକତି(୭)
ରଚୟୀତା: ରାମକୃଷ୍ଣ ନନ୍ଦ
………………………………………..………
ଆହେ ଦୟାମୟ ବିଶ୍ଵବିହାରୀ ତୁମ ଚରଣ ରେ ମୋର ଭକତି
ଘେନ ଦୟାବହି ମୋର ଗୁହାରି(୧) ଦିଅ ବିପଦେ ସାହସ ଶକତି(୭)
ଜଳ ସ୍ଥଳ ବନ ଗିରି ଆକାଶ କୁଟ କପଟ ସ୍ଵଭାବ ଯାହାର
ତୁମ ଲୀଳା ସବୁଠାରେ ପ୍ରକାଶ (୨) ତାଙ୍କୁ ଦୂରୁ ମୁଁ କରଇ ଜୁହାର(୮)
ତୁମ ଲୀଳା ସବୁଠାରେ ପ୍ରକାଶ (୨) ତାଙ୍କୁ ଦୂରୁ ମୁଁ କରଇ ଜୁହାର(୮)
ତୁମେ ଶୁଭ ବୁଦ୍ଧି ପରା ଶିଖାଅ ମୋତେ ନମିଶାଅ ତାଙ୍କ ସାଥିରେ
ମୋତେ ଭଲ ବାଟ ପରା ଦେଖାଅ(୩) ସଦା ରଖ ସାଧୁଜନ କତିରେ(୯)
ମୋତେ ଭଲ ବାଟ ପରା ଦେଖାଅ(୩) ସଦା ରଖ ସାଧୁଜନ କତିରେ(୯)
ମୋର କାମକୁ କରାଅ ସରସ ଦୟା ବିନୟ ହେଉ
ମୋ ଭୂଷଣ
ମୋର ମୁଖେ ଦିଅ ଚିର ହରଷ(୪) କାହା ମନେ ନ ଦିଏ ମୁଁ କଷଣ(୧୦)
ମୋର ମୁଖେ ଦିଅ ଚିର ହରଷ(୪) କାହା ମନେ ନ ଦିଏ ମୁଁ କଷଣ(୧୦)
ମୋତେ ଖଳ ଅଳସୁଆ ନିକଟେ ସତ କହିବାକୁ କିଆଁ ଡରିବି
ନିଅ ନାହିଁ ସୁଖେ ଅବା ସଙ୍କଟେ(୫) ସତ କହି ପଛେ ମାଲେ ମରିବି(୧୧)
ନିଅ ନାହିଁ ସୁଖେ ଅବା ସଙ୍କଟେ(୫) ସତ କହି ପଛେ ମାଲେ ମରିବି(୧୧)
ଦୁଃଖି ଅରକ୍ଷିତ ସେବା କାରଣେ ମୋତେ ଏତିକି ଶିଖାଅ ସାଇଁ ହେ
ବଳ ଦିଅ ମୋର କର ଚରେଣେ(୬) ମୋର ଧନ ଜନ ଲୋଡା ନାହିଁ ହେ(୧୨)
ବଳ ଦିଅ ମୋର କର ଚରେଣେ(୬) ମୋର ଧନ ଜନ ଲୋଡା ନାହିଁ ହେ(୧୨)
**SANASAR ପତ୍ରିକା ରୁ ......
http://www.odishapublication.com/Sansar/index.html
http://www.odishapublication.com
http://www.odishapublication.com
No comments:
Post a Comment
ଧନ୍ୟବାଦ!
ପଢନ୍ତୁ ଆଉ ସଭିଙ୍କୁ ପଢାନ୍ତୁ...
...ଆଉ ଥରେ ଭିଜିଟ୍ କରନ୍ତୁ ||
-ସାହାଣୀ ସଂଜୟ କୁମାର ଧଉଳି